Thursday, September 26, 2013

ଧର୍ମନୀରପେକ୍ଷ ରାଜନିତୀ, ହିନ୍ଦୁତ୍ବ ଏବଂ ଭାରତୀୟ ଗଣମାଧ୍ୟମର ଅବହେଳିତ ଦିଗ


ଧର୍ମନୀରପେକ୍ଷ ରାଜନିତୀ, ହିନ୍ଦୁତ୍ବ ଏବଂ ଭାରତୀୟ ଗଣମାଧ୍ୟମର ଅବହେଳିତ ଦିଗ

ବିଗତ କିଛି ମାସରୁ ଏହା କ୍ରମଗତ ଭାବେ ଦେଖାଯାଉଛି ଯେ ବିଭିନ୍ନ ଗଣମଧ୍ୟମରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ଉପରେ କଟୁ ସମଲୋଚନା କରୁଛନ୍ତି ଭାରତ ବର୍ଷର ଅନେକ୍ ଆଗଧାଡିର ସମାଲୋଚକ ଏବଂ ବୁଦ୍ଧିଜିବୀ, ଯହାକି ବର୍ତ୍ତମାନ୍ ପରିପ୍ରେକ୍ଷୀରେ ଏକ ଆଲୋଚନାର ବିଷୟବସ୍ତୁ ହୋଇପଡ଼ିଛି ୤ ଗତ କିଛିଦିନତଳେ ଜଣେ କନ୍ନଡ଼ ଶିକ୍ଷାବିତ୍ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ଯଦି ଆଗାମି ଦିନରେ ଶ୍ରୀ ମୋଦୀ ପ୍ରଧାନ ମନ୍ତ୍ରୀ ହୁଅନ୍ତି ତେବେ ସେ ଭାରତ ଛାଡି ବିଦେଶରେ ଶରଣ ନେବେ୤ ତାଙ୍କର ଏହି ମନ୍ତବ୍ୟ ସାରା ଭାରତ ବର୍ଷରେ ଏକ ଗଭିର ଆଲୋଡ଼ନ ସୃଷ୍ଠିକରିଥିଲା ଏବଂ କିଛି ଅର୍ଥ ପିପାସୁ ଗଣମାଧ୍ୟମ ଏବଂ ଶାସକ ଦଳର ରାଜନେତା ଏହାର ଉପଯୁକ୍ତ ଲାଭ ଉଠେଇବାରେ କୌଣସି ସୁଯୋଗ୍ ହାତଛଡ଼ା କରିନଥିଲେ୤ସମାଜର ମୁଖ୍ୟ ସ୍ରୋତୋରେ ସାମିଲ୍ ଥିବା କିଛି ବୁଦ୍ଧିଜିବୀ ଏବଂ ସମାଲୋଚକ ଶ୍ରୀ ମୋଦୀଙ୍କୁ ଜଣେ ହିନ୍ଦୁ କଟର୍‌ପନ୍ତି, ହିନ୍ଦୁ ରାଷ୍ଟ୍ରବାଦୀ ଏବଂ ୨୦୦୨ ଗୁଜୁରାଟ୍ ଦଙ୍ଗାର ମୁଖ୍ୟ ଦାୟି ବୋଲି ଦର୍ଶେଇ ଥାଆନ୍ତି୤ଯେତେବେଳେକି କେନ୍ଦ୍ରସରକରଙ୍କ ଦ୍ବାରା ଗଠିତ SIT (Special Investigation Team) ଦ୍ବରା ସେ  Clean Chit ପାଇସାରିଛନ୍ତି,ଏବଂ ସେଥିରେ ଶ୍ରୀ ମୋଦୀ ଜଡିତ ନଥିବା ଉଲ୍ଲେଖ ଅଛି୤ ଯେତେବେଳେକି, ମୋଦିନେତୃତ୍ତ୍ବାଧୀନ ଭାଜପା ନିଜ ସ୍ବଚ୍ଛ ଶାସନ ବଳରେ ଗୁଜରାଟ୍ ରେ ଉଲ୍ଲେଖନିୟ ସଫଳତା ପାଇ, ଗୁଜୁରାଟକୁ ଦେଶର ଏକ ଅଗ୍ରଣି ଶିଳ୍ପସମୃଦ୍ଦ ରାଷ୍ଟ୍ରରେ ପରିଣତ କରିପାରିଛି ,ଏବଂଏଠାରେ କହିବା ବାହୁଲ୍ୟ ଯେ ବିଗତ ୧୦ ବର୍ଷରେ ଗୁଜୁରାଟ କୌଣସି ସାମ୍ପ୍ରଦାୟିକ ଦଙ୍ଗାର ସମ୍ମୁଖୀନ ହୋଇନି୤
ଏହି ପରିପ୍ରେକ୍ଷୀରେ ସମୀକ୍ଷା କରିବାର ବିଷୟ ଏହା ଯେ ଯେଉଁ ଶିକ୍ଷାବୀତ୍, ବୁଦ୍ଧିଜିବୀ ଏବଂ ସମାଲୋଚକ ମାନେ କେବଳ ନରେନ୍ଦ୍ର ମୋଦୀଙ୍କ  ନୈତିକତା ଏବଂ ଧର୍ମନିରେପେକ୍ଷତା  ପ୍ରତି ଚିନ୍ତିତ,  କଣ ସେମାନେ ଭାରତର ଭବିଷ୍ୟତ , ଏକତା, ସ୍ବାଭିମାନ୍, ଅର୍ଥନୀତି, ସମ୍ବିଧାନ୍ ପ୍ରତି ସେତିକି ସମ୍ବେଦନଶୀଳ ନୁହନ୍ତି କି ?

ସ୍ବାଧିନତା ପରବର୍ତ୍ତି ସମୟରେ କଙ୍ଗ୍ରେସ ଦଳ ଅଧିକ ସମୟ ଭାରତର ଶାସନ ଗାଦିରେ ରହି, ବିକାଶ ନାମରେ , ଶିଳ୍ପ ନାମରେ , ଆର୍ଥିକ ଉଦାରିକରଣ ନାମରେ ସାଧାରଣ ଜନତାଙ୍କୁ ଭୁଆଁ ବୁଲେଇ, ଅନ୍ଧକାର ରେ ରଖି ବିଦେଶି ପୁଞ୍ଜିର ପ୍ରୋଲୋଭନ ଦେଖାଇ ଭାରତର ଆର୍ଥନୀତି ଏବଁ ଭବିଷ୍ୟତକୁ, ବିଦେଶି କମ୍ପାନି, କିଛି ମୁଷ୍ଠିମେୟ ରାଜନେତା ଏବଂ ଶିଳ୍ପପତିଙ୍କ ହାତରେ ଟେକିଦେବା ଏଇ ସରକାର ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ନୁହଁ କି??

ବିଗତ ଦଶନ୍ଧୀର ବର୍ଦ୍ଧିତ ଭ୍ରଷ୍ଟାଚାର୍, ପ୍ରାକୃତିକ ଏବଂ ଖଣିଜ ସମ୍ପଦର ହରିଲୁଟ୍, ସାମାଜିକ ବିଶ୍ରୁଙ୍ଖଳିତା,ମାନବିୟ ମୁଲ୍ୟବୋଧର ଅବକ୍ଷୟ, କ୍ରମବର୍ଦ୍ଧିଷ୍ନୁ ଅପରାଧ୍, ନାରି ମାନଙ୍କ ପ୍ରତି ଆସାଦଚରଣ ଏବଂ ଗଣ ଦୁଃଷ୍କର୍ମ, ସାମ୍ପ୍ରଦାୟିକ ଦଙ୍ଗା, ଆଞ୍ଚଳିକ ବୈଷମ୍ୟତା, ନୁତନ ରାଜ୍ୟ ଦାବି, ଅତ୍ୟାବଶକ ସାମଗ୍ରିର ହଠାତ୍ ଦରବୃଦ୍ଦି, ଭାରତୀୟ୍ ମୁଦ୍ରାର ଅପ୍ରତ୍ୟାଶିତ ମୁଲ୍ୟ ହ୍ରାସ ପାଇଁ କଙ୍ଗ୍ରେସ୍ ନେତ୍ରୁତ୍ବାଧୀନ ଉପା ସରକାର୍ ଦାୟି ନୁହେଁକି?


 ଆଗାମି ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ତରବରିଆ ଭାବରେ ବିଭିନ୍ନ୍ ବିଲ୍ କୁ ସମ୍ବିଧାନରେ ଆଦୃତ କରିବା, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଅସମାନ କରି , ସମ୍ବିଧାନର ବିପକ୍ଷରେ ଯାଇ ବିଭିନ୍ନ ଫୌଜ୍‌ଦାରି ମାମଲାରେ ଜଡିତ କିମ୍ବା ଦୋଶି ସାବ୍ୟସ୍ତ ରାଜନୈତିକ ନେତାଙ୍କ ପ୍ରାର୍ଥିପତ୍ର କିମ୍ବା ପଦବି ଉପରେ ଆଞ୍ଚ୍ ନଆସିବା ଭଳି ଏକ ଆଧ୍ୟାଦେଶ ଜାରିକରିବା,ଆଗାମି ନିର୍ବାଚନରେ ଆଞ୍ଚଳିକ ଦଳର ସମର୍ଥନ ଆଶାରେ ଆଞ୍ଚଳିକ ବୈଷମ୍ୟକୁ ଦୁରନକରି ରାଜ୍ୟ ବିଭାଜନକୁ ପ୍ରୋଚ୍ଛାହନ ଦେବା, ଆୟବହିର୍ଭୁତ ସମ୍ପତି ଠୁଳ ଅପରାଧରେ ୧୬ ମାସ କାରାଦଣ୍ଡ ଭୋଗୁଥିବା ରାଜନେତା ଜଗନ୍ କୁ ମୁକୁଳେଇବାରେ ସାହାର୍ଯ୍ୟ କରିବା, ଅର୍ଦ୍ଧରାତ୍ର ରେ ପୋଲିସ ଲଗାଇ କଳାଧନ ଫେରାଇଆଣିବାକୁ ଦାବିକରୁଥିବା ଧାରଣାରତ ସାଧୁଙ୍କ ଉପରେ ନିର୍ଦ୍ଦୟତାରସହ ଲାଠିମାଡର ନିର୍ଦେଶ ଦେବା, ଭାରତର ଏବଂ ବିଶ୍ବର ଜଣେ ସୁନାମଧନ୍ୟ ସନ୍ଥଙ୍କୁ ବ୍ରିଟେନ୍ ରେ ଅସଦାଚରଣ ମାମଲାକୁ ଭ୍ରୁକ୍ଷେପ କରିବା , ଏହା କଣ ଉଦ୍‌ବେଗ ର ବିଷୟ ନୁହେଁ କି ?? ଭାରତଭଳି ଗୋଟେ ସଂଘିୟ ଗଣତନ୍ତ୍ରର ସାର୍ବଭୌମତ୍ତ୍ବ ପ୍ରତି ଏଗୁଡିକ ଆଶଙ୍କା ନୁହେଁକି? ଏହା କଣ ସୋନିଆ ମାଇନୋ ଗାନ୍ଧୀଙ୍କ ପୃଷ୍ଠପୋଷକତାରେ ପରିଚାଳିତ ଉପା ସରକାରର ବିଫଳତା ନୁହେଁକି??ଏହା ସୋନିଆ ମାଇନୋ ଗାନ୍ଧୀଙ୍କ  ନୈତିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଠି କରୁନାହିଁକି??ଏହା ଆଲୋଚନାର ସାପେକ୍ଷ ୤

ନରେନ୍ଦ୍ର ମୋଦି କିମ୍ବା ଅନ୍ୟ ରାଜନୈତିକ ଦଳର କାର୍ଯ୍ୟକଳାପ କୁ ସମାଲୋଚନା ଏବଂ ପର୍ଯ୍ୟାଲୋଚନା କରିବା ଏକ ସମାଜ୍ କିମ୍ବା ଗଣତନ୍ତ୍ରର ସବଳ ଦିଗକୁ ବୁଝାଏ କିନ୍ତୁ ସମାଜର ଏଇ ସବୁ ଦିଗକୁ ଅବହେଳ କିମ୍ବା ଉପେକ୍ଷା କରି କେବଳ ଦୀର୍ଘ ୧୧ ବର୍ଷ ପୁର୍ବେ ଦୁର୍ଭାଗ୍ୟ ଜନକ ଭାବେ ହୋଇଥିବା ଏକ ସାମ୍ପ୍ରଦାୟିକ ଦୁର୍ଘଟଣାକୁ ବାରମ୍ବାର ରୋମନ୍ଥନ କରିବା କୌଣସି ବୁଦ୍ଧିଜିବୀଙ୍କ ଠାରୁ ଆଶା କରାଯାଇନପାରେ ଏବଂ ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଏଇ ପ୍ରକାର ସମାଲୋଚନା ଏକ ବୁଦ୍ଧିମତାର ପରିଚୟ ହୋଇନପାରେ ୤ ଏଇ ପ୍ରକାର ଆଲୋଚନା ସମାଜରେ ଅଶାନ୍ତି, ଅରାଜକତା ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଠିକରିବାରେ ଘୃତ ସଦୃଶ କାମ କରିବ ୤ ଏଇ ତଥାକଥିତ ବୁଦ୍ଦିଜୀବି ଏବଂ ସମାଲୋଚକ ବର୍ଗ ହ୍ରୁଦୟଙ୍ଗମ କରିବା ଉଚିତ ଯେ ଭାରତୀୟ ଇତିହାସ, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଏବଂ ସମ୍ବିଧାନ ହିନ୍ଦୁ ଭାବଧାରାରେ ପର୍ଯ୍ୟବେଶିତ ୤ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମ ଭାରତର ଏକତା, ଅର୍ଥନିତୀ ଏବଂ ସଂହତିର ଏକ ଅବିଚ୍ଛେଦ୍ୟ ଅଙ୍ଗ୤ଏକ ସମୃଦ୍ଧ ଏବଂ ଶକ୍ତିଶାଳି ରାଷ୍ଟ୍ର ଗଠନରେ ହିନ୍ଦୁ ଧର୍ମକୁ  କେବେବି ଏଡାଇ ଦିଆଯାଇନପାରେ ୤ 

ସ୍ବାଧୀନ ପଟ୍ଟନାୟକ

ବିଷମ କଟକ, ରାୟଗଡ଼

No comments:

Post a Comment